ରାଉରକେଲା ଡେଲିମାର୍କେଟ ମିଶ୍ର ଲେନ ର ଏକ ବନ୍ଦ ଘରୁ ମହିଳାଙ୍କ ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରୀ।

0 639

ରାଉରକେଲା ଡେଲିମାର୍କେଟ ମିଶ୍ର ଲେନ ର ଏକ ବନ୍ଦ ଘରୁ ଜଣେ ବୟସ୍କା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଘର କବାଟରେ ବାହାରୁ ଚାବି ପଡିଥିବା ବେଳେ ଉକ୍ତ ମହିଳାଙ୍କ ଶବ ଘର ଭିତରେ ଥିଲା। ପ୍ଲାଣ୍ଟସାଇଟ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


ସୂଚନା ଅନୁଯାୟୀ ମିଶ୍ର ଲେନ ରେ ୮୫ ବର୍ଷୀୟା ମହିଳା ଦେବିଦାସ ଭୋଜୱନି ନିଜ ପୁଅ ରାଜେଶ ଙ୍କ ସହ ରହୁଥିଲେ । ତାଙ୍କର ଝିଅ ଛତିଶଗଡ଼ ରେ ବିବାହ କରିଥିଲେ । ଗତକାଲି ତାଙ୍କ ଝିଅ ଭାଇ ରାଜେଶ ଙ୍କ ଠାରୁ ଏକ ଫୋନ କଲ ପାଇଥିଲେ। ରାଜେଶ କହିଥିଲେଯେ ତାଙ୍କ ମା ଦେହ ଖରାପ ଏବଂ ସେ ଏକା ଘରେ ଅଛନ୍ତି । କୌଣସି କାମରେ ରାଜେଶ ବାହାରେ ଥିବା କହିଥିଲେ। ସନ୍ଦେହ ହେବାରୁ ଦେବିଦାସ ଙ୍କ ଝିଅ ରାଉରକେଲା ଆସି ଆଜି ସକାଳେ ପହଞ୍ଚିଥିଲେ। ଘରେ ପହଞ୍ଚି ଘର ବାହାରୁ ବନ୍ଦ ଥିବା ଦେଖିଥିଲେ । ପରେ ପୋଲିସ ପହଞ୍ଚି ତାଲା ଭାଙ୍ଗିବା ପରେ ବନ୍ଦ ଘରୁ ଉକ୍ତ ମହିଳା ଦେବଦାସୀ ଭୋଜୱନୀ ଙ୍କ ଶବ ଦେଖିଥିଲେ । ଏବେ ତାଙ୍କ ପୁଅ ରାଜେଶ ର ମୋବାଇଲ ଫୋନ ସ୍ୱିଚ ଅଫ ଅଛି । ପୋଲିସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.