ବଣେଇ ରେ ମହିଳା ସମିତି ସଦସ୍ୟା ପ୍ରାର୍ଥୀ ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ।। ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି।
ରାଉରକେଲା : ବଣେଇ ରେ ମହିଳା ସମିତି ସଦସ୍ୟା ପ୍ରାର୍ଥୀ ଙ୍କୁ ଆକ୍ରମଣ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ବଣେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ସମିତି ସଦସ୍ୟ ପ୍ରାର୍ଥୀନୀ ପୁଷ୍ପିତା ଜେନାଙ୍କୁ ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି
।

ଆସନ୍ତା ୧୬ ତାରିଖ ରେ ଆରମ୍ଭ ହେବାକୁ ଯାଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ l ତା ପୂର୍ବରୁ ନିର୍ବାଚନୀ ହିଂସା ଦେଖାଦେଇଛି l ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ର ସମିତି ସଭ୍ୟା ପାର୍ଥିନି ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ରବିବାର ବିଳମ୍ବିତ ରାତିରେ ତାଙ୍କୁ ନିଜ ଗ୍ରାମ ଘୁଷୁରାର ଘର ନିକଟରେ ମୁମୁର୍ଷ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା lପଡୋଶୀ ପ୍ରଥମେ ବଣାଇ ଡାକ୍ତରଖାନା ନେଇଥିଲେ । ପୁଷ୍ପିତା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ l ପୁଷ୍ପିତା ଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ସି ପି ଆଇ (ଏମ) ତରଫରୁ ପ୍ରାର୍ଥୀନୀ ଭାବେ ପୁଷ୍ପିତା ନିର୍ବାଚନ ଲଢୁଥିଲେ l ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ତାଙ୍କୁ ଧମକ ମଧ୍ୟ ଦିଆ ଯାଉଥିଲା l ସେ ପ୍ରାଥ୍ରୀ ପତ୍ର ପ୍ରତ୍ୟାହାର ନ କରିବାରୁ ଏକ ନିର୍ଦିଷ୍ଟ ଗୋଷ୍ଟୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି l ଗତକାଲି ପ୍ରଚାର ସାରି ଫେରୁଥିବା ବେଳେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିଲେ lପୁଷ୍ପିତା କୌଣସି ରାଜନୈତିକ ଦଳର ନାମ ନନେଇ ରାଜନୈତିକ କାରଣରୁ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି କହିଥିଲେ ।