ପ୍ଲାଷ୍ଟିକ ଏବଂ ପଲିଥିନ କୁପ୍ରଭାଵ ରୁ ରକ୍ଷା ପାଇବା ଏବଂ ଏହାକୁ ବନ୍ଦ କରିବାଲାଗି ପର୍ଯ୍ୟାବରଣ ପ୍ରେମୀ ୨୦ ବର୍ଷୀୟ ରୋହନ ରମେଶ ଅଗ୍ରୱାଲ ଙ୍କ ଉଦ୍ୟମ ପ୍ରଶଂସନୀୟ।

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଉଦ୍ଧେଶ୍ୟରେ ଲୋକଙ୍କୁ ସଚେତନ କରିବା ଲାଗି ପଦଯାତ୍ରା ରେ ବାହାରିଛନ୍ତି ରୋହନ ରମେଶ।ଭାରତ ପଦଯାତ୍ରାରେ ବାହାରି ଥିବା ୨୦ ବର୍ଷୀୟ ରୋହନ ରମେଶ ଅଗ୍ରବାଲ ୧୮ ଟି ରାଜ୍ୟ ଅତିକ୍ରମ କରି ଆଜି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆସି ପହଞ୍ଚିଛନ୍ତି ।ସହରର ଭିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରୋହନ କହିଥିଲେଯେ ପୃଥିବୀ କୁ ପ୍ଲାଷ୍ଟିକ ର କୁପ୍ରଭାବରୁ ରକ୍ଷା କରିବା ପାଇଁ ୧୮ ବର୍ଷ ବୟସରେ ୨୫ ଅଗଷ୍ଟ ୨୦୨୦ ରେ ବାରଣାସୀ ରୁ ଏହି ଯାତ୍ରା ଆରମ୍ଭ କରିଥିଲେ । ଏବେ ସୁଦ୍ଧା ସେ ୧୮ ଟି ରାଜ୍ୟ ପରିକ୍ରମା କରି ସାରିଲେଣି। ଆଗାମୀ ଦିନରେ ବାକି ରାଜ୍ୟ ଗୁଡିକ ପରିକ୍ରମା କରିବା ତାଙ୍କର ଲକ୍ଷ ରହିଛି ବୋଲି ରୋହନ କହିଥିଲେ। କେବଳ ଭାରତ ନୁହେଁ , ଦେଶ ବାହାରେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରିବେ ବୋଲି ସେ କହିଛନ୍ତି। ।