ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜୁଏଲ , ସାରଦା , ଜର୍ଜ ଜୋରସୋର ପ୍ରଚାରରେ ସାମିଲ।। ସିପିଏମ ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟ ଲାଗି ଅଣ୍ଟା ଭିଡ଼ିଲେ।
ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରଚାର ଜୋରସୋର ଚଳାଇଛନ୍ତି। ୧୬ ତାରିଖରୁ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବାକୁ ଥିବାରୁ ଆସନ୍ତାକାଲି ଅପରାହ୍ନ ରୁ ପ୍ରଚାର ଶେଷ ହେବ।

ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟତଃ ବିଜେପି , ବିଜେଡି , କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଥିବା ବେଳେ ବଣେଇ ଉପଖଣ୍ଡରେ ସିପିଏମ ଦଳ ମଧ୍ୟ କଡା ଟକ୍କର ଦେଉଛି। ବିଜେପି ର ପ୍ରଚାର ମଙ୍ଗ ଜୁଏଲ ଓରାମ ଧରିଥିବା ବେଳେ କେତେକ ବ୍ଲକ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ପ୍ରାର୍ଥୀଙ୍କ ଲାଗି ବିଜେଡି ପ୍ରଚାର କରୁଛି। ବିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଏବଂ କଂଗ୍ରେସ ନେତା ପ୍ରଶାନ୍ତ ସେଠି କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି। ବିଜେପି ପ୍ରଧାନମନ୍ତ୍ରୀ ଙ୍କ ଜନ କଲ୍ୟାଣ ଯୋଜନା କୁ ଆୟୁଧ କରି ପ୍ରଚାର କରୁଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆୟୁଧ କରି ପ୍ରଚାର କରୁଛି।
ଅନ୍ୟପକ୍ଷରେ କଂଗ୍ରେସ ଦଳ ଉଭୟ ବିଜେପି ଏବଂ ବିଜେଡି ଲୋକଙ୍କ ଜନହିତରେ କାର୍ଯ୍ୟକରିବାରେ ବିଫଳ ହୋଇଥିବା ଅଭିଯୋଗ କରି ପ୍ରଚାର କରୁଛି। ପ୍ରଚାରରେ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ପଛରେ ନାହାନ୍ତି। ନୂଆଗାଁ ବ୍ଲକ ର ଜଣେ ସମିତି ସଭ୍ୟ ପ୍ରାର୍ଥୀ ଦୁର୍ଘଟଣାରେ ଆହତ ହେବା ସ୍ଵତ୍ତ୍ୱେ ମଧ୍ୟ ହୁଇଲ ଚେୟାର ରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ୧୬ ତାରିଖରୁ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ସମସ୍ତ ପ୍ରାର୍ଥୀ ନିଜ ନିଜ ବିଜୟ ଲାଗି ପ୍ରଚାର ରେ ଜୋର ଲଗାଇ ଦେଇଛନ୍ତି।