ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକ ପରିଦର୍ଶନ।

0 712

ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଗଙ୍ଗାଧର ନାୟକ ଆଜି ନୁଆଗାଁ ଓ କୁଆରମୁଣ୍ଡା ବ୍ଲକ ଗସ୍ତ କରି ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗର ନିତି ଅନୁଯାୟୀ କିପରି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କିପରି ଅନୁଷ୍ଠିତ ହୋଇପାରିବ ସେ ସଂପର୍କ ରେ କୁଆରମୁଣ୍ଡା ବିଡିଓ ଙ୍କ ସହିତ ଆଲୋଚନା କରିଥିଲେ। ନିର୍ବାଚନ ଗଣନା ସ୍ଥାନ, ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତି ସଂପର୍କ ରେ ପଚାରି ବୁଝି ଥିଲେ। ପରେ ଶ୍ରୀ ନାୟକ କୁଆରମୁଣ୍ଡା ବ୍ଲକ ର କୁମଝରିଆ,କଚାରୁ, କରମାବାହାଲ ଏବଂ ନୁଆଗାଁ ବ୍ଲକ ର ଖୁଣ୍ଟାଗା, ଅଙ୍କୁରପାଲି ଆଦି ପଚାଂୟତ ପରିଦର୍ଶନ କରିଥିଲେ। ସେଠାରେ ସର୍ବସାଧାରଣ ସ୍ଥାନ ରେ, କାନ୍ଥ ଓ କୋଠାଘରେ ଲାଗିଥିବା ବିଭିନ୍ନ ଦଳୀୟ ପ୍ରଚାରପତ୍ର, ପତକା ବ୍ୟାନରରେ ଗୁଡିକ ହଟାଇ ବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦ୍ଅନୁଯାୟୀ ପୁଲିସ ଏନଫୋର୍ସମେଣ୍ଟ ଦ୍ବାରା ସର୍ବସାଧାରଣ ସ୍ଥାନ ରେ, କାନ୍ଥ ଓ କୋଠାଘରେ ଲାଗିଥିବା ବିଭିନ୍ନ ପତକା, ବ୍ଯାନର, ପୋଷ୍ଟ ର ଗୁଡିକୁ ତୁରନ୍ତ ଉଛେଦ କରାଯାଇ ଥିଲା। ଆଦର୍ଶ ନିବାର୍ଚନ ଆଚରଣ ଉଲ୍ଲଘଂନକାରୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପର୍ଯ୍ୟବେକ୍ଷକ ଶ୍ରୀନାୟକ ଉଭୟ ବ୍ଲକ ର ବିଡିଓ ଙ୍କୁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.