ଦେଶରେ ଏବଂ ରାଜ୍ୟରେ କୋଭିଡ ସଂକ୍ରମଣ ଗ୍ରାଫ ତାଳମୁହାଁ।। ୨୪ ଘଣ୍ଟାରେ ଦେଶରେ ଲକ୍ଷେ ତଳେ ସଂକ୍ରମଣ ସଂଖ୍ୟା ଥିବାବେଳେ ରାଜ୍ୟରେ ଦେଢ଼ ହଜାର ତଳେ।
ଦେଶରେ ତଥା ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ଗ୍ରାଫ ତାଳମୁହାଁ।ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ ସଂକ୍ରମଣ ଲକ୍ଷେ ତଳେ ଥିବାବେଳେ ଓଡ଼ିଶାରେ ଦେଢ଼ ହଜାର ତଳେ ରହିଛି। ତେବେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି।

ଗତ ଚାରିଦିନ ହେଲା କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହିଛି। ଆଜି ଦେଶରେ ୮୩ ହଜାର ୮୭୬ ଫ୍ରେସ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୮୯୫ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ୫ ଲକ୍ଷ ୨ ହଜାର ୮୭୪ରେ ପହଁଚିଛି । ଏବେ ଦେଶରେ ୧୧ ଲକ୍ଷ ୮ ହଜାର ୯୩୮ ସକ୍ରିୟ କୋଭିଡ ମାମଲା ରହିଛି । ।
ସେହିପରି ରାଜ୍ୟରେ ଏବେ ତଳମୁହାଁ କରୋନା ସଂକ୍ରମଣର ଗ୍ରାଫ । ଫେବ୍ରୁଆରୀ ୬ ତାରିଖ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଦେଢ଼ ହଜାର ତଳେ ରହିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ ଜଣ ଚିହ୍ନଟ ହୋଇଛନ୍ତି। ରାଉରକେଲା ରେ ମଧ୍ୟ ଗତ ୨୪ ଘଣ୍ଟାରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମିଛି। ରାଉରକେଲା ସହରାଞ୍ଚଳ ରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ରହିଛି।
ରାଜ୍ୟରେ ୬ ଫେବ୍ରୁଆରୀ ରିପୋର୍ଟ ଅନୁଯାୟୀ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି