କୋଭିଡ କଟକଣା ମଧ୍ୟରେ ରାଉରକେଲା ରେ ଖୋଲିଲା ସ୍କୁଲ।। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ କମ।

0 589

କୋଭିଡ କଟକଣା ମଧ୍ୟରେ ଆଜି ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଛି। କୋଭିଡ ର ତୃତୀୟ ଲହର ଦୃଷ୍ଟିରୁ ରାଜ୍ୟରେ ସ୍କୁଲ ଗୁଡିକ ବହୁଦିନ ଧରି ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବାରୁ ସୋମବାର ଠାରୁ ଅଷ୍ଟମ ରୁ ଦ୍ଵାଦଶ ଏବଂ କଲେଜ ତଥା ଇଉନିଭରସିଟି ଗୁଡିକ ଖୋଲିଛି।

ଅଷ୍ଟମ ଶ୍ରେଣୀ ଦିନ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ଚାଲୁ ରହିଥିବାବେଳେ ନବମ ରୁ ଦ୍ଵାଦଶ ଶ୍ରେଣୀ ଦିନ ୧୦ଟା ରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଖୋଲା ରହିବ। ସେହି ଅନୁସାରେ ରାଉରକେଲା ର ବିଭିନ୍ନ ସ୍କୁଲ ଗୁଡିକ ସୋମବାର ଠାରୁ ଖୋଲିଛି। ପ୍ରଥମ ଦିନରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ କମଥିବା ଦେଖାଯାଇଥିଲା। ତେବେ ଖୋଲାଯାଇଥିବା ସମସ୍ତ ସ୍କୁଲ ରେ କୋଭିଡ ଗାଇଡ଼ ଲାଇନ କୁ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.