କିମ୍ବଦନ୍ତୀ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ କରଙ୍କ ବିୟୋଗରେ ସମଗ୍ର ଦେଶ ଆଜି ମର୍ମାହତ । ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କରେ ଥିବା ଲତାଙ୍କର ପ୍ରାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦିଆଯାଇଛି। ସେଠାରେ ଫିଲ୍ମ ଜଗତର ବହୁ ପ୍ରତିଷ୍ଟିତ ତାରକାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବାଜୀ ପାର୍କରେ ପହଞ୍ଚି ଲତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମହାନ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଆଜି ସକାଳ ୮ ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲ ରେ ୯୨ ବର୍ଷ ବୟସରେ ମୁମ୍ୱାଇରେ ପରଲୋକ ହୋଇଯାଇଛି ।