‘ ଆଜି ମୁଁ ଶ୍ରାବଣୀ , ଲୁହର ହରିଣୀ , ଯେଉଁ ରଜନୀ କେବେ ପାହିନି , ଆଜି ମୁଁ ସେଇ ରଜନୀ ‘ ଗାଇଥିଲେ ଲତମଙ୍ଗେସକର ।

0 741

୧୯୬୩ ମସିହାର ‘ସୂର୍ଯ୍ୟମୁଖୀ’ ଓଡ଼ିଆ ସିନେମାର ଏହି ଗୀତ ‘ସେଇ ଚୁନା ଚୁନା ତାରା ଫୁଲ ଆଜି’ ଏବଂ ୧୯୬୭ ମସିହାର ‘ଅରୁନ୍ଧତୀ’ ଓଡ଼ିଆ ସିନେମାର ଗୀତ ‘ ଆଜି ମୁଁ ଶ୍ରାବଣୀ , ଲୁହର ହରିଣୀ , ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ’ ସବୁ ସମୟ ଲାଗି ଶ୍ରୋତା ଙ୍କ ମନ କିଣି ନେଇଛି।

ଏହି ଓଡ଼ିଆ ଗୀତ ଗାଇଥିଲେ ଲତା ମଙ୍ଗେସକର। ଆଜିକା ଜେନେରେସନ ଏହି ଗୀତକୁ ଶୁଣିଲେ ବିଶ୍ୱାସ କରି ପରିବେନିଜେ ଏତେ ନିର୍ଭୁଲ ଓଡ଼ିଆ ଗୀତ ଗାଇଛନ୍ତି ଲତା ଜୀ । ଆଜି କିନ୍ତୁ ସଙ୍ଗୀତ ର କିମ୍ବଦନ୍ତୀ ଭାରତ ରତ୍ନ ଲତାମଙ୍ଗେସକର ସମ୍ପୂର୍ଣ୍ଣ ନିରବି ଯାଇଛନ୍ତି। ରବିବାର ସକାଳ ୮ ଟା ୧୨ ମିନିଟ ରେ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସପିଟାଲ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।ଲତାଙ୍କ ଲାଗି ଦୁଇଦିନ ଜାତୀୟ ଶୋକ ପାଳନ କରାଯିବ ଏବଂ ଜାତୀୟ ପତାକା କୁ ଅର୍ଦ୍ଧନିମିତ ରଖାଯିବ।

ମାତ୍ର ୧୩ ବର୍ଷ ବୟସରେ ୧୯୪୨ ମସିହାରେ ସେ ପ୍ରଥମ କରି ଗୀତ ଗାଇବା ଆରମ୍ଭ କରିଥିଲେ। ନିଜ ଜୀବନ କାଳରେ ଲତା ଜୀ ବିଭିନ୍ନ ଭାଷାରେ ୩୦ ହଜାର ଗୀତ ଗାଇଥିଲେ। ମଧୁବାଲା , ବୈଜନ୍ତିମାଲା, ସାଧନା , ଶର୍ମିଳା ଟାଗୋର, ଆଶା ପାରେଖ ଠରୁ ନେଇ ଟିନା ମୁନିମ , କାଜଲ , ରାଣୀ ମୁଖାର୍ଜୀ , ଶ୍ରୀଦେବୀ ପର୍ଯ୍ୟନ୍ତ ନାୟିକା ଙ୍କ ଲାଗି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସକର।

Leave A Reply

Your email address will not be published.