ରାଉରକେଲା ଏସଟିଆଇ ଫ୍ଲାଇ ଓଭର ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ବହୁ ପୂର୍ବରୁ ହୋଇଛି । ଏବେ ତିନିଦିନ ହେଲା ଲଗାଣ ବର୍ଷା ଫଳରେ ଫ୍ଲାଇ ଓଭର ର କେତକ ଖାଲୁଆ ସ୍ଥାନରେ ପାଣି ଜମି ରହୁଛି । ଫଳରେ ଫ୍ଲାଇ ଓଭର ଉପରେ ଯିବା ଆସିବା କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଖାଲ ସ୍ଥାନକୁ ମରାମତି କରିବାକୁ ବାରମ୍ବାର ଅଭିଯୋଗ କରିବା ସ୍ଵତ୍ତ୍ୱେ କେହି କର୍ଣ୍ଣପାତ କରୁ ନଥିବାରୁ ଆଜି ରାଉରକେଲା କଂଗ୍ରେସ କର୍ମକର୍ତ୍ତା ମନେ ସେଠାରେ ମାଛ ଛାଡିଛନ୍ତି ।
ନିମ୍ନମାନ କାମର ପ୍ରତିବାଦ କରିବାକୁ ଏପରି ପଦକ୍ଷେପ ନିଆଗଲା ବୋଲି କଂଗ୍ରେସ କର୍ମୀ ମାନେ କହିଛନ୍ତି । ସୂଚନା ଯୋଗ୍ୟଯେ ଏହି ବ୍ରିଜ ଉଦଘାଟନ ହେବ ପରଠାରୁ ଏପ୍ରକାର ସମସ୍ୟା ଚାଲିଛି । ଯେଉଁଥି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଅଭିଯୋଗ ସ୍ଵତ୍ତ୍ୱେ ରାସ୍ତା ମରାମତି ନହେବା ଏବଂ ନିମ୍ନ ମାନର କାମ ଉପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ରାସ୍ତାରେ ମାଛ ଛାଡି ବିରୋଧ କରିବା ଫର୍ମୁଲା କୁ ଆପଣା ଯାଇଛି ବୋଲି କହିଛି କଂଗ୍ରେସ ।