ଜିତେନ୍ଦ୍ର ଓରଫ ଗୋରେ ହତ୍ୟାକାଣ୍ଡର ଆଉ ଚାରିଜଣ ଅଭିଯୁକ୍ତ ଗିରଫ ।ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା 6 କୁ ବୃଦ୍ଧି ।ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।
ଗତ 10 ତାରିଖରେ ରାଉରକେଲା ରେଲୱେ କଲୋନୀ ସଂଘଠିତ ଗୋରେ ଓରଫ ଜିତେନ୍ଦ୍ର ଶା ହତ୍ୟାକାଣ୍ଡର ପୋଲିସ ଆଜି ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଅରମାନ କୁରେଶୀ , ମହମ୍ମଦ ଅରବାଜ , ସୋହେଲ ଖାନ , ମହମ୍ମଦ ସମିମ ଅହମ୍ମଦ ନିକଟରୁ ହତ୍ୟାରେ ବ୍ୟବହୃତ ଗୋଟିଏ ପିସ୍ତଲ ସହ ଏକ ଧାରୁଆ ଅସ୍ତ୍ର , ଦୁଇଟି ସ୍କୁଟି ଜବତ କରିଛନ୍ତି ।
ପୂର୍ବରୁ ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଅମୀର ଖାନ ଏବଂ ମହମ୍ମଦ ସାହାବଜ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏପର୍ଯ୍ୟନ୍ତ ଏହି ଘଟଣାରେ ସମୁଦାୟ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ଅନ୍ୟ ଦୁଇ ତିନିଜଣ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା
ଏସ ପି ମୁକେଶ କୁମାର ଭାମୁ କହିଛନ୍ତି ।