ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି।

0 531

କୋଭିଡ ର ତୃତୀୟ ଲହରରେ ଭାଇରସ ରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ କମୁଥିବା ବେଳେ ମୃତ୍ୟୁ ହାର କିନ୍ତୁ ବଢିଚାଲିଛି। ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୯୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ରହିଛି। ଗତ ଏକ ସପ୍ତାହ ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧୫ ଉପରେ ରହୁଛି। ଆଜି ରିପୋର୍ଟ ର ୨୩ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ , ୬୮୯ ରେ
ପହଞ୍ଚିଛି।


ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୩ ଜଣ ଥିବାବେଳେ ତା ପଛକୁ ସୁନ୍ଦରଗଡ଼ ଜିଲ୍ଲାରେ ୨୯୧ ରହିଛି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩ ରହିଛି। ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧିର ସଠିକ କାରଣ ଜଣାପଡିନାହିଁ।

Leave A Reply

Your email address will not be published.