ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଘଡଘଡି ସହ ବର୍ଷା।। ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା।

0 619

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ୫ ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଭାଗ।

ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା , ବରଗଡ଼ , ଦେବଗଡ଼ , ସମ୍ବଲପୁର , ମୟୁରଭଞ୍ଜ , ଢେଙ୍କାନାଳ , କେଉଁଝର ,ଅନୁଗୁଳ ଆଦି ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ବଣେଇ , ନୂଆଗାଁ ଆଦି ଅଞ୍ଚଳରେ ଅମଳ କରି ରଖାଯାଇଥିବା ଧାନ ଭିଜି ନଷ୍ଟ ହୋଇଥିବା ବେଳେ ପନିପରିବା ଚାଷ କ୍ଷେତରେ ମଧ୍ୟ ପାଣି ଜମି ରହିଛି । ଅବଶ୍ୟ ପାଣିପାଗ ବିଭାଗ ପୂର୍ବରୁ ବର୍ଷା ହେବାର ସୂଚନା ଦେଇଥିବାରୁ କେତେକ ସ୍ଥାନରେ ଚାଷୀ ଅମଳ କରାଯାଇଥିବା ଧାନକୁ ଘୋଡାଇ ରଖିଛନ୍ତି। ବର୍ଷା ଯୋଗୁଁ ଆଗାମୀ ଦୁଇଦିନ ତାପମାତ୍ରା କମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.