ସୁନ୍ଦରଗଡ ଜିଲ୍ଲା ଭସ୍ମ। ଥାନା ଅନ୍ତର୍ଗତ ଦରଲୀପାଲି ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମାନନ୍ଦ ରୋହୀଦାସ ନାମକ ଜଣେ ବ୍ୟକ୍ତି ନିଜ ବୋଲେରୋ ଗାଡିକୁ ଦୋକାନ ବାରଣ୍ଡାରେ ରଖିଥିଲେ। ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ କୌଣସି କାରଣ ଯୋଗୁଁ ବୋଲେରୋ ଗାଡିରେ ନିଆଁ ଲାଗିଯାଇଥିଲା

। ସଙ୍ଗେ ସଙ୍ଗେ ନିଆଁ ଗାଡିରୁ ପାଖରେ ଥିବା ପ୍ରେମାନନ୍ଦଙ୍କ ରେସନ ଦୋକାନକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ଦୋକାନ
ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିଶମ ବିଭାଗ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଦେବାରୁ ପାଖରେ ଥିବା ଦୋକାନ ଗୁଡିକ ଅଗ୍ନି ଦାଉ ରୁ ରକ୍ଷାପାଇ ଯାଇଥିଲା। ତେବେ କେଉଁ କାରଣ ରୁ ବୋଲେରୋ ଗାଡ଼ିରେ ନିଆଁ ଲାଗିଲା ତାହା ତଦନ୍ତ ପରେ ଜଣା ପଡିବ।