ସୁନ୍ଦରଗଡ ଜିଲ୍ଳାପାଳ ବିଶ୍ରା ବ୍ଲକର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ।। ରାଉରକେଲା ଏଡିଏମ , ପାନପୋଷ ଉପଜିଲ୍ଲାପାଳ ଙ୍କ ସହ ଷ୍ଟ୍ରଙ୍ଗରୁମ , ଭୋଟ ଗଣତି କେନ୍ଦ୍ର ଯାଞ୍ଚ କଲେ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରଚାର ଜୋରଦାର କରିଥିବା ବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଚାଲିଛି

। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଜିଲ୍ଳାପାଳ ବ୍ୟାଲଟ ବାକ୍ସ ରହିଥିବା ଷ୍ଟ୍ରଙ୍ଗରୁମ , ଭୋଟ ଗଣତି ହେବାକୁ ଥିବା କେନ୍ଦ୍ର ଆଦି ବୁଲି ଦେଖିଥିଲେ। ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର , ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଳାପାଳ ନିର୍ବାଚନ ପରିଚାଳନା ବାବଦରେ ଆଲୋଚନା କରିଥିଲେ । ବିଶ୍ରା ବ୍ଲକର ୧୮୮ ଟି ବୁଥ ରେ ନିର୍ବାଚନ କିପରି ସୁଚାରୁ ଭାବେ ହୋଇପାରିବ ସେଥିଲାଗି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।