କେନ୍ଦ୍ର ବଜେଟ ୨୦୨୨ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ।। ଜାଣନ୍ତୁ , କଣ ହେଲା ଶସ୍ତା କଣ ହେଲା ମହଙ୍ଗା।

0 531

ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ବଜେଟ୍ ପେପରଲେସ୍ ରହିଛି । ଲାଲ୍‌ରଙ୍ଗର ବଜେଟ୍ ଟ୍ୟାବଲେଟ୍ ରେ ପଢିବା ସହ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି।


ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଟିକସ ଛାଡ ହେବ ବୋଲି ସୀତାରମଣ କହିଛନ୍ତି। ଏଥିସହ ରତ୍ନଭଣ୍ଡାର ଏବଂ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ଜିରୋ ପ୍ରତିଶତକୁ ହ୍ରାସ କରାଯାଇଛି। ଇମିଟେସନ ଅଳଙ୍କାର ଶସ୍ତା ହେବ। ଷ୍ଟିଲ୍ ସ୍କ୍ରାପ୍ ଉପରେ କଷ୍ଟମ୍ ଡ୍ୟୁଟି ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଉଛି। ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ ସାମଗ୍ରୀକୁ ଶସ୍ତା କରାଯାଇଛି । ମୋବାଇଲ ଚାର୍ଜର , କପଡା, ସୁନାଗହଣା, ରତ୍ନ ପଥର, ଇମିଟେସନ ଗହଣା , ମେଡିକାଲ ଉପକରଣ, ବିଦେଶରୁ ଆମଦାନୀ ମେସିନ, କେମିକାଲ, ଚମଡା ସାମଗ୍ରୀ, ଷ୍ଟିଲ, ଇଲେକ୍ଟ୍ରୋନିସ୍ ସାମଗ୍ରୀ, କୃଷି ଉପକରଣ, କୃଷି ଉପକରଣ ବିଦ୍ୟୁତ ଟ୍ରାନ୍ସଫର୍ମର, ଔଷଧ ଆଦି ସାମଗ୍ରୀ ଶସ୍ତା ହୋଇଛି।
ସେହିପରି ଛତା ମହଙ୍ଗା ହୋଇଥିବାବେଳେ ଇମ୍ପୋର୍ଟେଡ ସାମଗ୍ରୀ ମହଙ୍ଗା ହୋଇଛି।ବଜେଟରେ ଟିକସ ବ୍ୟବସ୍ଥା ଘୋଷଣା କଲେଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ତାକୁ ସୁଧାରି ପାରିବେ। ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ। ୬୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Leave A Reply

Your email address will not be published.