ରାଉରକେଲା: ୧/୨/୨୨
ଆଜି ସାଧାରଣ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାୟକ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପାନପୋଷ ଉପଖଣ୍ଡ ରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କିପରି ସଂପନ୍ନ ହୋଇପାରିବ ତାକୁ ନଜର ରେ ରଖି ସୁରକ୍ଷା ବ୍ଯବସ୍ଥା ପ୍ରସ୍ତୁତର ସମୀକ୍ଷା କରିଛନ୍ତି।

ଆଜିସ୍ଥାନିୟ ସର୍କିଟ ହାଉସ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ କୋଭିଡ ମହାମାରୀ ସମୟରେ ନିର୍ବାଚନ ଏକ ବଡ଼ ଆହ୍ବାନ ବୋଲି କହିଥିଲେ। ବୁଥ ଏବଂ ଷ୍ଟ୍ରଗ ରୁମ ର ସୁରକ୍ଷା ତଥା ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହୋଇପାରିବ ସେ ସଂପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ। ପାନପୋଷ ଉପଖଣ୍ଡ ରେ ସମସ୍ତ ବ୍ଲକ ରେ ର କୌଣସି ସ୍ଥାନରେ ନିର୍ବାଚନକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ବ୍ଯବସ୍ଥା କରିବାକୁ ନିଦ୍ଦେର୍ଶ ଦେଇଥିଲେ। ଆଜିର ଏହି ବୈଠକରେ ପାନପୋଷ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଦୌଲତ ଚନ୍ଦ୍ରାକର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକେ ଭୋଇ, ବୀରମିତ୍ରପୁର ଏସଡିପିଓ ଏମଆର ପ୍ରଧାନ ତଥା ପାନପୋଷ ଏସଡିପିଓ ଶାନ୍ତା ନୁତନ ସାମାଦ ଉପସ୍ଥିତ ଥିଲେ। ଏହା ବ୍ଯତିତ ଆଜି ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ରା ବ୍ଲକ ର ନିର୍ବାଚନ ଗଣନା ସ୍ଥାନ, ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରି ଥିଲେ। ଏହି ଗସ୍ତ ରେ ସେ କୁଆରମୁଣ୍ଡା, ଲାଠିକଟା ଏବଂ ନୁଆଗାଁ ବ୍ଲକ ର ମଧ୍ଯ ନିର୍ବାଚନ ଗଣନା ସ୍ଥାନ, ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିବେ। ନିର୍ବାଚନ ସଂପୃକ୍ତ କୌଣସି ପ୍ରକାର ସୂଚନା ଅବଗତ ହେବା ପାଇଁ ଜନସାଧାରଣ
୯୪୩୭୦୬୨୧୭୩ ଯୋଗାଯୋଗ କରି ପାରିବେ।