ଦୃବୃତ୍ତଙ୍କ ମାଡରେ ଯୁବକ ଗୁରୁତର ସ୍ତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ସୁନ୍ଦରଗଡ ଜିଲ୍ଲା କୁତ୍ରା ପୋଲିସର ତଦନ୍ତ ଜାରି।

0 518

ସୁନ୍ଦରଗଡ଼ ଜିଲ୍ଳା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦୃବୃତ୍ତ ଙ୍କ ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଥାନାରେ ହୋଇଛି ।

ଅଭିଯୋଗ ଅନୁଯାୟୀ ସୋମବାର ଦିନ ଦ୍ବିପ୍ରହରେ ଖତକୁରବାହାଲ ଅଞ୍ଚଳର ଜଣେ ଯୁବକଙ୍କ ଘରକୁ ଖତକୁରବାହାଲ ର କିଛି ଯୁବକ ଆସି ତାଙ୍କ ସ୍ତ୍ରୀକୁ ଅସଦାଚରଣ କରିଥିଲେ। ସେତେବେଳେ ଉକ୍ତ ଯୁବକ ଘରେ ନଥିଲେ। କିନ୍ତୁ ହଠାତ ମହିଳାଙ୍କ ସ୍ୱାମୀ ଘରକୁ ଆସିଯିବାରୁ ନିଜ ସ୍ତ୍ରୀଙ୍କ ପ୍ରତି ଅସଦାଚରଣ ର ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୃବୃତ୍ତ ମାନେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରେ ଘଟଣା ସ୍ଥଳରୁ ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିଲେ । ଆକ୍ରମଣ ପରେ ଗୁରୁତର ଆହତ ମହିଳାଙ୍କ ସ୍ୱାମୀଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ସ୍ତ୍ରୀ ଘଟଣା ବାବଦରେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ୯ ରୁ ଉର୍ଦ୍ଧ୍ବ ଯୁବକଙ୍କ ନାମରେ ଥାନାରେ ଆଇପିସିଧାରା ୧୪୭,୧୪୮,୩୪୧,
୩୫୪,୩୫୪-ବି ୩୧୫,୩୨୩,୩୨୬,
୩୦୭,୧୪୯ ରେ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.