ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳର ଜୋରସୋର ପ୍ରଚାର।। ଜିଲ୍ଲାର ଅନେକ ସ୍ଥାନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା।

0 553

ସୁନ୍ଦରଗଡ ଜିଲ୍ଲାରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଏବେ ଜୋର ଧରିଲାଣି। ବିଭିନ୍ନ ରାଜନୈତିକ ଦଳର ୱାର୍ଡ ମେମ୍ବର, ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ମାନେ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ପଛରେ ନାହାନ୍ତି।

ଜିଲ୍ଲାରେ ବିଜେପି , ବିଜେଡି , କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବାବେଳେ ଅନେକ ସ୍ଥାନରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେଉଥିବା ପ୍ରାକ ନିର୍ବାଚନୀ ଆକଳନ ରୁ ଜଣାପଡୁଛି। ବିଭିନ୍ନ କାରଣ ଯୋଗୁଁ କଂଗ୍ରେସ ପ୍ରଚାର ରେ ଏହି ଦୁଇ ଦଳ ଅପେକ୍ଷା ପଛରେ ରହିଛି। ତେବେ ବଣେଇ ଉପଖଣ୍ଡର କୋଇଡା ଅଞ୍ଚଳରେ ସିପିଏମ ର ଦବଦବା ରହିଛି। ବଣେଇ , କୋଇଡା ଅଞ୍ଚଳରେ ସିପିଏମ , ବିଜେପି , ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ହେବାକୁ ଆଉ ଦୁଇ ସପ୍ତାହ ବାକି ଥିବାରୁ ଏବେଠାରୁ ସ୍ଥିତି ଆକଳନ କରିବା ସଠିକ ହେବ ନାହିଁ। ଏବେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ କର୍ମୀ ମାନେ ଘରଘର ବୁଲି ନିଜନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ପ୍ରବର୍ତ୍ତାଉ ଥିବା ଦେଖାଯାଉଛି।

Leave A Reply

Your email address will not be published.