ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର।। ଶ୍ରୀ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

0 390

ଆଜିଠାରୁ ଖୋଲିଲା ପୁରୀ ଶ୍ରୀ ମନ୍ଦିର। କୋଭିଡ କଟକଣା କୋହଳ ପରେ ସାଧାରଣଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର । କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ବଡ ଦେଉଳକୁ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ଦର୍ଶନ ଲାଗି ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ


ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗତ ମାସ ୧୦ରୁ ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଲଗାଇଥିଲେ ମନ୍ଦିର ପ୍ରଶାସନ । ତେବେ ସଂକ୍ରମଣରେ ସାମାନ୍ୟ ସୁଧାର ଆସିବା ପରେ ଗତ ୨୮ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ, ଫେବ୍ରୁଆରୀ ପହିଲା ଅର୍ଥାତ ଆଜିଠାରୁ ପୁଣି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ।

Leave A Reply

Your email address will not be published.