ସୁନ୍ଦରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଇବ ନଦୀ ଉପରେ ୨ଟି ବ୍ୟାରେଜ ର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଦୀର କୋପସିଙ୍ଗା ଏବଂ କୁଡ଼ାବଗା ରେ ୪୯୩ କୋଟି ଟଙ୍କା ଅର୍ଥ ବ୍ୟୟ ରେ ହେବାକୁ ଥିବା ଦୁଇଟି ବନ୍ଧ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ ରେ ଶୁଭ ଦେଇଛନ୍ତି
। ୨୪୮ କୋଟି ଟଙ୍କା ବ୍ୟୟରେ କୋପସିଙ୍ଗା ନିର୍ମାଣ ହେବାକୁ ଥିବା ବ୍ୟାରେଜରେ ସୁନ୍ଦରଗଡ଼ ପୋୖରାଞ୍ଚଳ ସହ ୧୫ ଟି ଗ୍ରାମର ଲୋକମାନେ ଉପକୃତ ହେବେ। ସେହିପରି କୁଡ଼ାବଗା ବ୍ୟାରେଜରେ ୨୧ ଟି ଗ୍ରାମର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ପାନୀୟଜଳ ଠାରୁ ଆରମ୍ଭ କରି ଚାଷୀମାନେ ଜଳସେଚନର ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜ ର ଶୁଭ ଭର୍ଚୁଆଲ ମୋଡ଼ ରେ ଦେଇଥିବା ବେଳେ ସୁନ୍ଦରଗଡ଼ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ , ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ସ୍ୱତନ୍ତ୍ର ଉନ୍ନୟନ ପତିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ ।
ସୁକିନ୍ଦା ବିଧାୟକ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରିତି ରଞ୍ଜନ ଘଡାଇ , ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ , ତଲସରା ପୂର୍ବତନ ବିଧାୟକ ଡକ୍ତର ପ୍ରଫୁଲ୍ଲ ମାଝୀ ପ୍ରମୁଖ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇଟି ପ୍ରକଳ୍ପ ବାବଦରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

