ସୁନ୍ଦରଗଡ଼ ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ।। ବିରମିତ୍ରପୁର ର ଢଲକନା ଗ୍ରାମର ଘଟଣା।। ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ।
ସୁନ୍ଦରଗଡ଼ ଜିଲ୍ଳାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଶନିବାର ସନ୍ଧ୍ୟାରେ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଢଲକନା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣକ ପାତ୍ରସ ଡାଙ୍ଗ ବୋଲି ଜଣାପଡିଛି। ଗତକାଲି ପରିବା କିଣିବା ଲାଗି ବଜ଼ାର କୁ ଯାଉଥିବା ବେଳେ ଦନ୍ତା ଟି ତାଙ୍କୁ ଆକ୍ରମଣ କରିଥିଲା।
ଏହି ଦନ୍ତାହାତୀ ଟି ଗୋଠ ଛଡା ହୋଇ କିଛିଦିନ ହେଲା ଏହି ଅଞ୍ଚଳରେ ଧନଜୀବନ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଢଲକନା ଗ୍ରାମ ଓଡିଶା- ଝାରଖଣ୍ଡ ସୀମାନ୍ତରେ। ସମୟେ ସମୟେ ଝାରଖଣ୍ଡ ଜଙ୍ଗଲରୁ ହାତୀ ଗ୍ରାମ ମଧ୍ୟ କୁ ପଶି ଆସି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଏହି ଗୋଠ ଛଡା ଦନ୍ତା ଆକ୍ରମଣରେ ଏପର୍ଯ୍ୟନ୍ତ ୫ ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ବିରମିତ୍ରପୁର ବନ ବିଭାଗ ରେଞ୍ଜ ଅଫିସର ଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।

