କୋଭିଡ ଭୟ : ପ୍ରବଳ ଭିଡ ହେବାରୁ ରାଉରକେଲା ସାର ନଗରୀରେ ଚାଲିଥିବା ମିନା ବଜ଼ାର ଏବଂ ହସ୍ତତନ୍ତ ମେଳାକୁ ବନ୍ଦ କଲା ପ୍ରଶାସନ।

0 605

କୋଭିଡ କଟକଣାକୁ ରାଉରକେଲାରେ କଡାକଡି ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରିତା କରିବା ଆରମ୍ଭ ହୋଇଯାଇଛି। ଶୁକ୍ରବାର ସକାଳେ ସହରର ବିଭିନ୍ନ ପରିବା ମାର୍କେଟକୁ ପଡିଆ ଏବଂ ରାସ୍ତା କଡ଼କୁ ସ୍ଥାନାନ୍ତର କରିବା ପରେ ଅପରାହ୍ନ ରେ ଏକ ମିନା ବଜ଼ାର ତଥା ହସ୍ତତନ୍ତ ପ୍ରଦର୍ଶନୀ ବଜ଼ାରକୁ ବନ୍ଦ କରିଦିଆଯାଇଛି

। ରାଉରକେଲା ସାର ନଗରୀରେ ଏକ ହସ୍ତତନ୍ତ ମେଳା ଏବଂ ମିନା ବଜ଼ାର କୁ ୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏହି ବଜ଼ାର ରେ ପ୍ରବଳ ଭିଡ ହେବା ଅଭିଯୋଗ ପାଇବା ପରେ ମହନଗର ନିଗମ ପକ୍ଷରୁ ଏହି ମେଳାକୁ ବନ୍ଦ କରିଦିଆଯାଇଛି। କୋଭିଡ ସଂକ୍ରମଣର ଚେନ ଭାଙ୍ଗିବାକୁ ଏପରି ପଦକ୍ଷେପ ନିଆଯାଇଥିବା ମହନଗର ନିଗମ ସହକାରୀ କମିଶନର କହିଛନ୍ତି ।

Leave A Reply

Your email address will not be published.