ଆଜିଠାରୁ ନୂତନ କୋଭିଡ ଗାଇଡ଼ ଲାଇନ ଲାଗୁ।। ରାଉରକେଲା ଟ୍ରାଫିକ ମାର୍କେଟ ଏବଂ ଛେଣ୍ଡ ପରିବା ମାର୍କେଟ ସ୍ଥାନାନ୍ତର। ନାଇଟ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ।

0 498

ଆଜିଠାରୁ ରାଜ୍ୟରେ ଲାଗୁ କରାଯାଉଛି ନୂତନ କୋଭିଡ ଗାଇଡ଼ ଲାଇନ୍। ରାତି ନଅ ଟାରୁ ସକାଳ ପାଞ୍ଚ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କାର୍ଫ୍ୟୁ ଜାରି ରହିବ। ପୂର୍ବରୁ ରାତି ୧୦ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଅବିଧି ଥିଲା। କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଭିଡ଼ ହେଉଥିବା ବିଭିନ୍ନ ଉଠା ମାର୍କେଟକୁ ସ୍ଥାନାନ୍ତର କରାଯାଉଛି

। ରାଉରକେଲା ରେ ଶୁକ୍ରବାର ସକାଳୁ ଟ୍ରାଫିକ ଗେଟ ପରିବା ମାର୍କେଟ କୁ ରିଙ୍ଗରୋଡ଼ କଡ଼କୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଅଞ୍ଚଳରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ସେହିପରି ଛେଣ୍ଡ ଶୁକ୍ରବାର ମାର୍କେଟ କୁ ୧୩ ନମ୍ବର ସେକ୍ଟର ପଡିଆକୁ ସ୍ଥାନାନ୍ତର କରାଯାଇଛି। ପ୍ରତି ଦୋକାନର ୩୦ ଫୁଟ ଦୂରତା ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି। ଏହି ସ୍ଥାନ ମାନଙ୍କରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷାକରିବା ଆଦି ନିୟମ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆଜିଠାରୁ ଉଭୟ ସଚେତନତା ଏବଂ ଏନଫୋର୍ସମେଣ୍ଟ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.