ରାଉରକେଲା ଏବଂ ସୁନ୍ଦରଗଡରେ ପୋଲିସ ପ୍ରଶାସନର କୋଭିଡ ସଚେତନତା କାର୍ଯ୍ୟକ୍ରମ ଜାରି।। ସାର ନଗରୀ ହସ୍ତତନ୍ତ ମେଳା ବନ୍ଦ କଲା ପ୍ରଶାସନ।

0 487

କୋଭିଡ ର ପରିବର୍ତ୍ତିତ ଭିରିଆଣ୍ଟ ଓମିକ୍ରନ୍ ଦ୍ରୁତଗତିରେ ମାଡି ଚାଲିଥିବାରୁ ସରକାର ରାଜ୍ୟର ସମସ୍ତ କଲେଜ ଏବଂ ଇଉନିଭରସିଟି ଗୁଡିକୁ ୧୦ ତାରିଖରୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି।


ଓମିକ୍ରନ ର ମୁକାବିଲା କରିବାଲାଗି ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ଟା ରୁ ଲାଗୁ କରାଯାଇଛି। ରାଉରକେଲା ସହ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି। ରାଉରକେଲା ମହନଗର ନିଗମ ପକ୍ଷରୁ ଦୁଇଟି ସଚେତନତା ରଥ ବାହାର କରାଯାଇଛି। ସାଧାରଣ ଲୋକଙ୍କ ଲାଗି ରାଉରକେଲାର ୪ ଟି ସ୍ଥାନ ଅଇଜିଏଚ , ଆରଜିଏଚ , ଛେଣ୍ଡ କଲୋନୀ ସ୍ଥିତ ଆହୁତି ଭବନ ଏବଂ ୧ ନମ୍ବର ସେକ୍ଟର ସେଲ ହେଲଥ ସେଣ୍ଟର ରେ କୋଭିଡ ପରୀକ୍ଷା କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ମଧ୍ୟ କୋଭିଡ ପରୀକ୍ଷା କରାଯାଉଛି। ଆଜି ରାଉରକେଲାର ସାର ନଗରୀରେ ଏକ ମିନା ବଜ଼ାର ତଥା ହସ୍ତତନ୍ତ ପ୍ରଦର୍ଶନୀ ମେଳା ଚାଲିଥିବା ବେଳେ ମହନଗର ନିଗମ ତରଫରୁ ଉକ୍ତ ମେଳାକୁ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.