ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨।। କେବଳ ରାଉରକେଲାରେ ୧୫୪ ଆକ୍ରାନ୍ତ।। ନବୋଦୟ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ୮୯ ଆକ୍ରାନ୍ତ ଚିହ୍ନଟ ।

0 794

ରାଜ୍ୟରେ କୋଭିଡ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବା ବେଳେ ସୁଦରଗଡ଼ ଜିଲ୍ଲା ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ ଥିବା ବେଳେ କେବଳ ରାଉରକେଲା ସହରରେ ୧୫୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମଙ୍ଗଳବାର ଦିନ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧୬୬ ରେ ପହଞ୍ଚି ଥିଲା। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୬୨। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଟେଷ୍ଟିଙ୍ଗ , ଟ୍ରାକିଂ , ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢିଯାଇଛି। ରାଉରକେଲା ଏନ ଆଇ ଟି ରେ ଅନେକ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ସର୍ଗିପାଲି ରେ ଥିବା ନବୋଦୟ ସ୍କୁଲ ରେ ଏପର୍ଯ୍ୟନ୍ତ ୮୯ ଜଣ ଛାତ୍ରଛାତ୍ରୀ ଏବଂ କର୍ମଚାରୀ କୋଭିଡ ରେ ଆକ୍ରାନ୍ତ ହେଲେଣି। ଏହି ସ୍କୁଲରେ ସମୁଦାୟ ୫୩୦ ଛାତ୍ରଛାତ୍ରୀ ଏବଂ ୪୦ ଜଣ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି। ସମଗ୍ର ସ୍କୁଲ ପରିସରକୁ ସାନିଟାଇଜ କରାଯାଉଛି ବୋଲି ସିଡିଏମଓ ସରୋଜ କୁମାର ମିଶ୍ର କହିଛନ୍ତି।

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ସୁନ୍ଦରଗଡ ଜିଲ୍ଲା ଆଜି ଦୂତୀୟ ସ୍ଥାନରେ ଥିବା ବେଳେ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ଗୁରୁବାର ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୭ ରହିଛି।

Leave A Reply

Your email address will not be published.