ରାଉରକେଲା ବାସନ୍ତୀ କଲୋନୀରେ ପୂର୍ତ୍ତି ବିଭାଗ ପକ୍ଷରୁ ଚାଲିଥିବା ଏକ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ । ବାସନ୍ତୀ କଲୋନୀ ଫ୍ଲାଇଓଭର ନିକଟରେ ଗତକାଲି ରାତିରୁ ଏହି କାମ ଆରମ୍ଭ କରାଯାଇଥିଲା।
ବହୁଦିନ ଧରି ଏହି ରାସ୍ତାର ଅବସ୍ଥ ଶୋଚନୀୟ ଥିବା ବେଳେ ସ୍ଥାନୀୟ ଲୋକମାନେ ରାସ୍ତା ମରାମତି ଦାବି କରି ଆସୁଥିଲେ । ଗତକାଲି ରାତିରେ ଏହି ରାସ୍ତାର କାମ ହୋଇଥିବା ବେଳେ କେତେକ ସ୍ଥାନରେ ଆଜି ରାସ୍ତାରୁ ପିଚୁ ଉଠିଯାଉଛି। ରାସ୍ତା କାମ ଶୀଘ୍ର ବନ୍ଦ କରି ଗୁଣାତ୍ମକ କାମ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ବିଜେପି ନେତା ନିହାର ରାୟ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏ ବାବଦରେ ପୁର୍ତ୍ତ ବିଭାଗ ଅଧିକାରୀଙ୍କୁ ଦେଖାକରି ରାସ୍ତା ମରାମତି କରିବାକୁ ଦାବି କରିଥିଲେ।

