ଦୁର୍ଗମ ରାସ୍ତା ଯୋଗୁଁ ଆସି ପାରିଲା ନାହିଁ ଆମ୍ବୁଲାନ୍ସ।। ଚିକିତ୍ସା ଅଭାବରୁ ଶିଶୁପୁତ୍ରକୁ ଜନ୍ମ ଦେଇ ଆଖି ବୁଜିଲେ ମା।। ବାଇକ ଆମ୍ବୁଲାନ୍ସ ଚାଲୁ କରିବାକୁ ଦାବି।
ଶିଶୁପୁତ୍ରକୁ ଜନ୍ମଦେଲା ପରେ ଆଖି ବୁଜିଲା ମା। ହୁଏତ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲେ ବଞ୍ଚି ଯାଇଥାନ୍ତେ ଉକ୍ତ ମହିଳା। ମାତ୍ର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଘଟଣା ଟି ଘଟିଛି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ପୌରପାଳିକାର ୧୩ ନମ୍ବର ୱାର୍ଡ ରେ ଥିବା ତଲସରା ଗ୍ରାମରେ। ଉକ୍ତ ଗ୍ରାମର ଦ୍ରୌପଦୀ ମାଝୀ ଗର୍ଭବତୀ ଥିଲେ।
ଗତକାଲି ହଠାତ ତାଙ୍କର ଲେବର ପେନ ବଢି ଯାଇଥିଲା।ଗ୍ରାମବାସୀ ଆମ୍ବୁଲାନ୍ସ କୁ ଫୋନ କଲେ। କିନ୍ତୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଗ୍ରାମବାସୀ ମାନେ କ୍ଷେତ ରାସ୍ତାରେ ଖଟିଆରେ ଉକ୍ତ ମହିଳାଙ୍କୁ ୨ କିଲୋମିଟର ଦୂରରେ ଥିବା ହସପିଟାଲ କୁ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଗଲା। ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ଗମ ଅଞ୍ଚଳ ରେ ରୋଗୀସେବା କୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ପକ୍ଷରୁ ବାଇକ ଆମ୍ବୁଲାନ୍ସ , ଇ-ଅଟୋ ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା ଥିବା ବେଳେ ଏହି କ୍ଷେତ୍ରରେ ଏହି ସେବା ଫେଲ ମରିଛି। ରାଜଗାଙ୍ଗପୁର , କୋଇଡା ବ୍ଲକରେ ବାଇକ ଆମ୍ବୁଲାନ୍ସ ସେବା ପ୍ରଶାସନ ବ୍ୟବସ୍ଥା କରିଥିବା ବେଳେ ଏବେ ବିରମିତ୍ରପୁର ଅଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ ଦାବି ହେଉଛି।

