ଚଳିତବର୍ଷ ଲାଗି ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବାବେଳେ ଆଜି ରାଉରକେଲା ଏବଂ ବଣେଇ ଫରେଷ୍ଟ ଡିଭିଜନରେ ପକ୍ଷୀ ଗଣନା ହେଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ କମ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଆଜିର ଗଣନାରେ ରାଉରକେଲା ଏବଂ ବଣେଇ ଡିଭିଜନ ର ସଂଖ୍ୟା ଜଣାପଡିବ
। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଏବଂ ରାଉରକେଲା ଡିଭିଜନ ର ବାଙ୍କୀ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ପକ୍ଷୀ ଗଣନାରେ ବନ ବିଭାଗ ଅଧିକାରୀଙ୍କ ସହ ଗାର୍ଡ, ୱାଚର ନିୟୋଜିତ ଅଛନ୍ତି । ପକ୍ଷୀ ଗଣନା ଲାଗି 70ଟି ଟିମ ଗଠନ କରାଯାଇଛି। ବିଭିନ୍ନ ଜଳାଶୟ, ନିକଟରେ ପକ୍ଷୀ ମାନଙ୍କୁ ନିରୀକ୍ଷଣ କରିବା ସହିତ ଏହିସବୁ ଅଞ୍ଚଳରେ କେତେ ପକ୍ଷୀ ଅଛନ୍ତି ଏବଂ କେତେ ପ୍ରକାର ପ୍ରଜାତିର ର ପକ୍ଷୀ ଅଛନ୍ତି ତାର ଆକଳନ କରାଯାଉଛି। ବିଦେଶାଗତ ପକ୍ଷୀ ଏହି ସମସ୍ତ ଅଞ୍ଚଳକୁ ଆସୁଛନ୍ତି କି ନାହିଁ ଏବଂ ପୂର୍ବବର୍ଷ ତୁଳନା ପକ୍ଷୀ ଆଗମନ ରେ ଵୃଦ୍ଧି ଘଟିଛି କି ନାହିଁ ତାର ମଧ୍ୟ ହିସାବ ରଖାଯାଉଛି।

