କୋଭିଡ ସତର୍କତା ମଧ୍ୟରେ ରାଉରକେଲାରେ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ।

0 584

ଆଜିଠାରୁ ରାଜ୍ୟରେ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (ଏସ୍ଏ-୧) ପରୀକ୍ଷା କୋଭିଡ ସତର୍କତା ମଧ୍ୟରେ ଆରମ୍ଭ ହୋଇଛି। ଦିନକୁ ଦୁଇଟି ସିଟିଂରେ ଏହି ପରୀକ୍ଷା ହେଉଛି । ଏସ୍ଏ-୧ ପରୀକ୍ଷା ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ଟା , ଦ୍ୱିତୀୟ ସିଟିଂ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ।

ପରୀକ୍ଷାର୍ଥୀ ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ନିର୍ଦ୍ଧେଶ ଥିବା ବେଳେ କୋଭିଡ ସତର୍କତା ସହ ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ପରୀକ୍ଷା ହଲରେ ପ୍ରବେଶ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଯଥା ସମୟରେ ଛାତ୍ର ଛାତ୍ରୀ ମାନେ ପହଞ୍ଚି ପରୀକ୍ଷା ଦେଉଛନ୍ତି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଉଭୟ ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ସୁରକ୍ଷା ଉପରେ ବେଶ ଧ୍ୟାନ ଦେଉଛନ୍ତି ।

Leave A Reply

Your email address will not be published.