୧୮ ଦଫା ଦାବିନେଇ ସିଟୁ ସଙ୍ଗଠନର ରାଉରକେଲା ବିଶ୍ରା ଛକ ରେ ବିକ୍ଷୋଭ ପ୍ରଦର୍ଶନ ।

0 289

୧୮ ଦଫା ଦାବିନେଇ ସିଟୁ ପକ୍ଷରୁ ଦେଶର ବିଭିନ୍ନ ଇସ୍ପାତ ଶିଳ୍ପରେ ଦିଆଯାଇଥିବା ଧର୍ମଘଟର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା ଶ୍ରମିକ କର୍ମଚାରୀଙ୍କ ସମର୍ଥନ ଆଂଶିକ ଭାବେ ମିଳିଥିବା ସିଟୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ରାଉରକେଲା ଛଡା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ଖାଦାନ ଏରିଆ ରେ ଏହି ଆନ୍ଦୋଳନ ସଫଳ ହୋଇଛି ବୋଲି ସିଟୁ ନେତାମାନେ ଦାବି କରିଛନ୍ତି। ବୁଧବାର ସକାଳେ ସିଟୁ ସଂଗଠନ ପକ୍ଷରୁ ସ୍ଥାନୀୟ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇସ୍ପାତ ମନ୍ତ୍ରାଳୟ ଯଦି ଦାବି ଗୁଡିକ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସିଟୁ ନେତା ବିଷ୍ଣୁ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.