ପୂର୍ବତନ ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ।। ଆକ୍ରମଣରେ ଦୁଇଜଣ ଅଙ୍ଗରକ୍ଷୀ ମୃତ। ଅଳ୍ପକେ ବର୍ତ୍ତିଲେ ପୂର୍ବତନ ବିଧାୟକ ଗୁରୁଚରଣ ନାଏକ।

0 474

ଓଡିଶା ଝାରଖଣ୍ଡ ସୀମାନ୍ତ ଗୋଏଲକେରା ରେ ମନୋହରପୁର ର ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକ ଙ୍କ ଉପରେ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି।

ଗୁରୁଚରଣ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀ ଗୁଳିମାଡ଼ରେ ମୃତ୍ୟୁ ବରଣ କରିଛନ୍ତି। ଗୁରୁଚରଣ ଗୋଏଲକେରାର ଝିଲରୁବା ଅଞ୍ଚଳରୁ ଏକ ଫୁଟବଲ ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇ ଫେରିବା ବେଳେ କେତେକ ଅଜଣା ଲୋକ ତାଙ୍କ ଉପରକୁ ଆଖିବୁଜା ଗୁଳିଚଳନା କରିଥିଲେ। ତିନିଜଣ ସୁରକ୍ଷାକର୍ମୀ ଙ୍କ ମଧ୍ୟରୁ ଦୁଇଜଣ ଗୁଳିମାଡ଼ ରେ ମୃତ୍ୟୁବରଣ କରିଥିବାବେଳେ ଗୁରୁଚରଣଙ୍କୁ ଅନ୍ୟଜଣେ ଅଙ୍ଗରକ୍ଷୀ ସେଠାରୁ କୌଶଳ କ୍ରମେ ନେଇ ପଳାଇଥିଲେ। ପରେ ସୋନୁଆ ଥାନାରେ ପହଞ୍ଚି ଆକ୍ରମଣ ବାବଦରେ ଜଣାଇଥିଲେ। ଏହି ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ମାଓବାଦୀ ମାନେ ମୃତ ଅଙ୍ଗରକ୍ଷୀଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ଆକ୍ରମଣ ଘଟଣାର ଅନୁସନ୍ଧାନ କରୁଛି ।

Leave A Reply

Your email address will not be published.