ସହରର ମୁଖ୍ୟମାର୍ଗରୁ ରେଳଷ୍ଟେସନ ଯାଇଥିବା ରାସ୍ତା ହେବ ସ୍ମାର୍ଟରୋଡ଼।। ସ୍ଥାନୀୟ ପ୍ରଶାସନ ଏବଂ ରେଳ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି।

0 731

ସହରର ମୁଖ୍ୟମାର୍ଗରୁ ରେଳ ଷ୍ଟେସନ କୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଖୁବ ଶୀଘ୍ର ହେବ । ଏହି ନିଷ୍ପତ୍ତି ନିଆଯାଇଛି ରଲ ବିଭାଗ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ପରେ। ମୁଖ୍ୟ ମାର୍ଗରେ ଥିବା ଚୌଧୁରୀ ପେଟ୍ରୋଲ ପମ୍ପ ରୁ ଷ୍ଟେସନ ରାସ୍ତାର ହେବ ସ୍ମାର୍ଟ ରୋଡ଼।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଵୈଠକରେ ଏ ବାବଦରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହି ଵୈଠକରେ ରାଉରକେଲା ଏଡିଏମ୍ ଦିବ୍ୟଜ୍ୟୋତି ପରିଡା, ସିନିୟର୍ ଡିସିଏମ୍ ମନୀଷ ପୃଥକ୍, ସିନିୟର୍ ଡିଇଏନ ପଶ୍ଚିମ, ପ୍ରିୟ ଶଙ୍କର, ଏଇଏନ୍ , ଏସ୍ କେ ରକ୍ଷୀତ୍, ସିସିଓ ରାକେଶ କୁମାର ରାୟ , ଏସଏସଇ ୱାର୍କସ, ମୁକେଶ ଭଗତ ସହ ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ପ୍ରମୁଖ ଉପସ୍ଥିତ ଥିଲେ | ଚାରିମାସ ମଧ୍ୟରେ ଚୌଧୁରୀ ପେଟ୍ରୋଲ୍ ପମ୍ପରୁ ରାଉରକେଲା ରେଳ ଷ୍ଟେସନ ମୁଖ୍ୟ ଗେଟ ପର୍ଯ୍ୟନ୍ତ ସ୍ମାର୍ଟ ରୋଡ୍ ଏବଂ ଏହାର ସୌନ୍ଦର୍ଯ୍ୟକରଣ, ପ୍ରିପେଡ୍ ଅଟୋ ଷ୍ଟାଣ୍ଡ ନିର୍ମାଣ, ତିନିମାସ ମଧ୍ୟରେ ବିଏସ୍ଏନ୍ଏଲ୍ ଛକ ରୁ ବସନ୍ତୀ କଲୋନୀ ପର୍ଯ୍ୟନ୍ତ ମାର୍ଗ ସମ୍ପୂର୍ଣ୍ଣ କରିବା ଆଦି ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ଏହି ସମସ୍ତ କାର୍ଯ୍ୟ ଖୁବଶୀଘ୍ର ସମ୍ପାଦନ ଲାଗି ଦାବି ହୋଇ ଆସୁଥିଲା ବୋଲି କହିଛନ୍ତି ଜାଗରଣ ମଞ୍ଚ ଅଧ୍ୟକ୍ଷ ଅମିତାଭ ସାମଲ।

Leave A Reply

Your email address will not be published.