ବଣାଇଁଗଡ ସହରସ୍ଥିତ କନ୍ତଯୋଡି ରେ ଥିବା ଇଣ୍ଡୋ ଇଂଲିଶ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ନୂତନ ଶ୍ରେଣୀ ଗୃହ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ମିହିର ବରୁଣ ମୁଖାର୍ଜୀଙ୍କର ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିଲ ମୁଣ୍ଡୁ , ରାଉରକେଲା ଇଣ୍ଡୋ ଇଂଲିଶ ସ୍କୁଲ ରେ ପ୍ରତିଷ୍ଠାତା ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ ଯୋଗ ଦେଇଥିଲେ। ବଣାଇଁ ଇଣ୍ଡୋ ଇଂଲିଶ ସ୍କୁଲ ର ଅଧ୍ୟକ୍ଷା ସଂଘମିତ୍ରା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବାର୍ଷିକ ବିବରଣୀ ପାଠ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ଶିକ୍ଷକ ଗିରିଧାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ।

