ନିଯୁକ୍ତି ଦାବିରେ ବିସ୍ଥାପିତଙ୍କ କାଂଶବାହଲ ସ୍ଥିତ ଏଲ ଏଣ୍ଡ ଟି କାରଖାନା ସମ୍ମୁଖରେ ବିକ୍ଷୋଭ।

0 399

ନିଯୁକ୍ତି ଦାବିରେ କାଂଶବାହଲ ଠାରେ ବିସ୍ଥାପିତଙ୍କ ଧାରଣା ଜାରି ରହିଛି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର କାଂଶବାହାଲ ସ୍ଥିତ ଏଲ ଏଣ୍ଡ ଟି କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଏହି ଧାରଣା ଚାଲିଛି। କାରଖାନା ପାଇଁ ଜମି ହରାଇ ଥିବା ସ୍ଥାନୀୟ ଆଦିବାସୀ ମାନେ ଧାରଣା ରେ ବସିଛନ୍ତି।

ସୂଚନା ଅନୁସାରେ କାରଖାନା କତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ କାରଖାନା ପ୍ରତିଷ୍ଠା ଏବଂ ସମ୍ପ୍ରସାରଣ ଲାଗି ପର୍ଯ୍ୟାୟ କ୍ରମେ ଜମିନେଇଥିବା ବେଳେ ବିସ୍ଥାପିତଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ କାରଖାନା କତ୍ତୃପକ୍ଷ ପ୍ରତିଶ୍ରୁତି ରକ୍ଷା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ ମାନେ । ଯଦି ଦାବି ପୂରଣ ନ ହୁଏ ତେବେ ଧାରଣା ଜାରି ରହିବ ବୋଲି ବିସ୍ଥାପିତ ମାନଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.