ସହରବାସୀ ପାଇପ ଯୋଗେ ପାଇବେ ୨୪ ଘଣ୍ଟିଆ ପାନୀୟ ଜଳ।। ବିରମିତ୍ରପୁର ରେ ଭୂମିପୂଜା କାର୍ଯ୍ୟକ୍ରମ ସମ୍ପନ୍ନ।

0 345

ବିରମିତ୍ରପୁର ବାସୀ ଏବେ ପାଇବେ ପାଇପ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ। ଏହି ଉପଲକ୍ଷେ ସୋମବାର ଦିନ ବିରମିତ୍ରପୁର ରେ ଏହି ୨୪ ଘଣ୍ଟିଆ ପାନୀୟ ଜଳ ଯୋଗଣର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି

। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିରମିତ୍ରପୁର ଜଳ ବିଶୋଧନ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ୬୭ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ ରଖାଯାଇଛି। ପୁର୍ବରୁ ଏକ ଖାଦାନ ରୁ ସହରକୁ ପାଣି ଯୋଗାଇ ଦିଆଯାଉଛି। ଏବେ ଶଙ୍ଖ ନଦୀରୁ ପାଣି ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଦ୍ବାରା ବିରମିତ୍ରପୁର ସହରର ଗଳିକନ୍ଦିକୁ ପାଇପ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯାଇ ପାରିବ ବୋଲି ବିଧାୟକ ଶଙ୍କର ଓରାମ କହିଛନ୍ତି।

Leave A Reply

Your email address will not be published.