ରାତି ପାହିଲେ ଗଣେଶ ପୂଜା । ବିଘ୍ନରାଜ ଙ୍କ ପୂଜାର୍ଚନା କରିବା ଲାଗି ରାଉରକେଲା ଇସ୍ପାତ ସହର ଚଳ ଚଞ୍ଚଳ ହୋଇ ପଡିଛି । ପୂର୍ବରୁ ସହରରେ ଗଣେଶ ପୂଜା ବହୁ ଯାକ ଯମକ ରେ ମନା ଯାଉଥିଲା। ମାତ୍ର ଦୁଇବର୍ଷ ହେଲା କୋଭିଡ କଟକଣା ଯୋଗୁ ଗଣେଶ ପୂଜା ଫିକା ପଡିଯାଇଛି । ତଥାପି ବୁଦ୍ଧିଦାତା ଗଣେଶ ଙ୍କ ପୂଜାର୍ଚନା ଲାଗି ଲୋକଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି ।
ବିଭିନ୍ନ ଶିକ୍ଷାନୁଷ୍ଠାନ , ଘରୋଇ ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ଗଣେଶ ଙ୍କ ପୂଜାଲାଗି ଆଜି ଠାରୁ ଗଣେଶଙ୍କ ପ୍ରତିମା ନେବା ଆରମ୍ଭ କଲେଣି । ଏଥିଲାଗି ବିଭିନ୍ନ ପ୍ରତିମା ନିର୍ମାଣ ସ୍ଥଳୀରେ ସକାଳୁ ଭିଡ ଲାଗିରହିଛି । ଯେଉଁ କାମ ବାକି ରହିଛି କାରୀଗର ତାକୁ ତୁଳୀ ର ଶେଷ ସ୍ପର୍ଶ ଦେଉଛନ୍ତି। ବିଘ୍ନରାଜ ଗଣେଶ ଙ୍କ ପୂଜାର୍ଚନା ଲାଗି ବଜ଼ାର ରେ ବେଶ ଭିଡ ଲାଗିରହିଛି । ପୂଜାର୍ଚନା ଲାଗି ବିଭିନ୍ନ କିସମର ମିଷ୍ଠାନ , ଲଡୁ , ଆଦି ବିକ୍ରୀ ହେଉଥିବା ବେଳେ ଫଳମୂଳ କିଣିବାକୁ ମଧ୍ୟ ଭିଡ଼ ଲାଗିରହିଛି। ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ କୋଭିଡ ପଜେଟିଭ ଚିହ୍ନଟ ହେଉଥିବାରୁ ଗଣେଶ ପୂଜାକୁ ସତର୍କତାର ସହ କୋଭିଡ ଗାଇଡ଼ ଲାଇନ ଅନୁସାରେ ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି । ଦେଖିବାକୁ ଗଲେ କୋଭିଡ ପ୍ରଭାବ ଜାରି ରହିଥିଲେ ମଧ୍ୟ ଗଣେଶ ପୂଜା ପାଳନ କରିବାରେ ଶ୍ରଦ୍ଧାଳୁ ଙ୍କ ଉତ୍ସାହ କମ ହୋଇନାହିଁ ।