ରାଜଗାଙ୍ଗପୁର ରେ ସଶସ୍ତ୍ର ଡକାୟତି,ଘରେ ପଶି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା ଏବଂ ଗହଣା ।

0 499

ରାଜଗାଙ୍ଗପୁର ସହରରେ ଜଣେ କପଡା ବ୍ୟବସାୟୀ ଙ୍କ ଘରେ ବୁଧବାର ରାତିରେ ହୋଇଯାଇଛି ସଶସ୍ତ୍ର ଡକାୟତି । ସହର ର ଜଣା ଶୁଣା ବ୍ୟବସାୟୀ ଶ୍ରୀବସ୍ତ୍ରମ ବ୍ୟବସାୟ ପ୍ରତିଷ୍ଠାନର ମାଲିକ କମଲ ଅଗ୍ରୱାଲ ଙ୍କ ଘରେ ଛଅ ରୁ ସାତ ଜଣ ଡକାୟତ ପଶି ନଗଦ 5 ଲକ୍ଷ ଟଙ୍କା ଏବଂ ପନ୍ଦର ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଡକାୟତ ମାନେ ହାତରେ ପିସ୍ତଲ , ଭୁଜାଲି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି କବାଟ ଭାଙ୍ଗି ବ୍ୟବସାୟୀ ଙ୍କ ଘରେ ପଶିଥିଲେ । ଡକାୟତ ମାନେ କମଲ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ଙ୍କୁ ବାନ୍ଧି ଦେଇଥିଲେ । ପିସ୍ତଲ ଏବଂ ଭୁଜାଲି ମୁନରେ ଧମକାଇ ଲକର ଚାବି ହାସଲ କରି ଟଙ୍କା ଏବଂ ଗହଣା ଲୁଟି ନେଇଥିଲେ । ଡକାୟତ ମାନେ ବହୁ ସମୟ ଧରି ଘର ମଧ୍ୟରେ ରହିଥିବା ବେଳେ ପାଖ ପଡିଶା ଏହାର ଟେର ପାଇନଥିଲେ । ରାଜଗାଙ୍ଗପୁର ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପୋଲିସ ସି ସି ଟିଭି ଯାଞ୍ଚ କରି ଡକାୟତ ମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.