ରାଉରକେଲା ର ବିଭିନ୍ନ ଥାନା ଅଞ୍ଚଳ ରେ କିଛିଦିନ ହେଲା ବାଇକ ଚୋରି ଘଟଣା ଅଚାନକ ବୃଦ୍ଧି ପାଇଛି । ଗତ ଦୁଇଦିନ ମଧ୍ୟରେ ରଘୁନାଥପାଲି ଥାନା ଅଞ୍ଚଳ ରେ ତିନିଟି ବାଇକ ଚୋରି ହୋଇଯାଇଥିଲା । ପୋଲିସ ଏହି ଚୋରି ଘଟଣାକୁ ଗୁରୁତର ସହ ନେଇ ବାଇକ ଚୋରି ରାକେଟ ର ପର୍ଦାଫସ କରିବାକୁ ଲାଗି ପଡ଼ିଥିଲେ । ଆଜି ପୋଲିସ ଧିରଜ ଝା ନାମକ ଜଣେ ଯୁବକ କୁ ସନ୍ଦେହରେ ଏକ ପଲସର ବାଇକ ସହ ଧରିଥିଲେ । ପରେ ଜେରା ପରେ ତାଙ୍କ ଗ୍ୟାଙ୍ଗ ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଇକ ଚୋରିକରିଥିବା ଜଣାପଡିଥିଲା । ପୋଲିସ ଧିରଜ ର ସୂଚନା ଆଧାର ରେ ଦଶ ଟି ଚୋରା ବାଇକ ବିଭିନ୍ନ ସ୍ଥାନରୁ ଜବତ କରିଥିଲେ । ଗୁରୁବାର ଦିନ ଗିରଫ ଧିରଜ ଝା କୁ କୋର୍ଟ ଚାଲାଣ କରାଯାଇଛି ।