ଉଦ୍ଧାର ପାରା ଗୋଡ଼ରେ ଚାଇନା ଟ୍ୟାଗ ଲାଗିଥିବା ଘଟଣାକୁ ନେଇ ଉପୁଜିଥିବା ସଂଶୟ ଦୂର।

0 499

ସୁନ୍ଦରଗଡ ଜିଲ୍ଲା ରାଜଗଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲର ସର୍ଵେସ୍ୱର ଛୋଟରାୟଙ୍କ ବଗିଚାରୁ ମିଳିଥିବା ଏକ ପାରାକୁ ନେଇ ଉପୁଜିଥିବା ସନ୍ଦେହ ଦୂର ହୋଇଛି। ଏହି ପାରା ର ଗୋଡ଼ରେ ଚାଇନା ଭାଷାରେ ଲିଖିତ ଏକ ଟ୍ୟାଗ ଲାଗିଥିଲା।

ଘର ମାଲିକ ଏହା ଦେଖି ଡରି ଯାଇଥିଲେ । ସେ ସଙ୍ଗେ ସଙ୍ଗେ ଏବାବଦରେ କାଂଶବହଲ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ଏକ ରେସିଙ୍ଗ ପାରା ବୋଲି ଜଣା ପଡିଥିଲା। ସାଧାରଣ ପାରା ଠାରୁ ଏହି ପାରା ର ଷ୍ଟାମିନା ଅଧିକ ଥିବାରୁ ଏହା ବହୁ ଦୂରରୁ ଉଡି ଆସିଥାଇ ପାରେ ବୋଲି ସେନ୍ଦେହ ପ୍ରକାଶପାଇଛି। ତେବେ ଏହା ପାରାକୁ ନେଇ ଦାରିବାର କୌଣସି କାରଣ ନାହିଁ ବୋଲି ପୋଲିସ କହିବା ପରେ ଉକ୍ତ ଅଞ୍ଚଳବାସୀ ମଧ୍ୟରେ ଅସ୍ବସ୍ତି ପ୍ରକାଶ ପାଇଥିଲା।

Leave A Reply

Your email address will not be published.