ସୁନ୍ଦରଗଡ ଜିଲ୍ଲା ରାଜଗଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲର ସର୍ଵେସ୍ୱର ଛୋଟରାୟଙ୍କ ବଗିଚାରୁ ମିଳିଥିବା ଏକ ପାରାକୁ ନେଇ ଉପୁଜିଥିବା ସନ୍ଦେହ ଦୂର ହୋଇଛି। ଏହି ପାରା ର ଗୋଡ଼ରେ ଚାଇନା ଭାଷାରେ ଲିଖିତ ଏକ ଟ୍ୟାଗ ଲାଗିଥିଲା। ଘର ମାଲିକ ଏହା ଦେଖି ଡରି ଯାଇଥିଲେ
। ସେ ସଙ୍ଗେ ସଙ୍ଗେ ଏବାବଦରେ କାଂଶବହଲ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଏହା ଏକ ରେସିଙ୍ଗ ପାରା ବୋଲି ଜଣା ପଡିଥିଲା। ସାଧାରଣ ପାରା ଠାରୁ ଏହି ପାରା ର ଷ୍ଟାମିନା ଅଧିକ ଥିବାରୁ ଏହା ବହୁ ଦୂରରୁ ଉଡି ଆସିଥାଇ ପାରେ ବୋଲି ସେନ୍ଦେହ ପ୍ରକାଶପାଇଛି। ତେବେ ଏହା ପାରାକୁ ନେଇ ଦାରିବାର କୌଣସି କାରଣ ନାହିଁ ବୋଲି ପୋଲିସ କହିବା ପରେ ଉକ୍ତ ଅଞ୍ଚଳବାସୀ ମଧ୍ୟରେ ଅସ୍ବସ୍ତି ପ୍ରକାଶ ପାଇଥିଲା।
