୧୫ ରୁ ୧୮ ବର୍ଷ ବୟସ୍କ କିଶୋର , କିଶୋରୀଙ୍କୁ କୋଭିଡ ଟିକାଦାନ ଆରମ୍ଭ।। ରାଉରକେଲା ର ୪ଟି କେନ୍ଦ୍ର ସହ ଜିଲ୍ଲାର ୩୨ ଟି କେନ୍ଦ୍ରରେ ଟିକାଦାନ।

0 325

୧୫ ରୁ ୧୮ ବର୍ଷ ବୟସ୍କ କିଶୋର ଙ୍କ ଲାଗି ଆଜିଠାରୁ ରାଉରକେଲାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପୂର୍ବରୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ କୋଭିସିଲଡ଼ ଟୀକା ଦିଆଯାଉଥିଲା। ଏବେ Covaxin ଟୀକା ଦିଆଯାଉଛି । କିଶୋର ମାନଙ୍କୁ ଟୀକା ଦେବା ଲାଗି ରାଉରକେଲା ରେ ଚାରୋଟି ଟିକାଦାନ କେନ୍ଦ୍ର ଖୋଲାଯାଇଛି। ପାନପୋଷ ଉପଖଣ୍ଡ ଚିକିତ୍ସାଳୟ , ବନ୍ଧମୁଣ୍ଡା ରେଳବାଇ ହସପିଟାଲ , ଇସ୍ପାତ ଜେନେରାଲ ହସପିଟାଲ ର ନେହେରୁ ଓପିଡ଼ି ଏବଂ ସନ୍ଥ ନିରଙ୍କରୀ ସତସଙ୍ଗ ଭବନରେ ଟୀକା ନେବା ଲାଗି କିଶୋରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।

ଅଭିଭାବକ ମାନେ ନିଜନିଜ ପିଲାଙ୍କୁ ବେଶ ସତର୍କତା ସହ ଆଣି ଟିକାଦାନ କେନ୍ଦ୍ରକୁ ଆଣି ଟୀକା ଦେଉଛନ୍ତି। ମୋଟ ଦୁଇଟି ଅଧିବେଶନ ରେ ପ୍ରତିଦିନ ଟୀକା ଦିଆଯିବ। ପୂର୍ବାହ୍ନ
୯ ଟା ୩୦ ରୁ ୧.୩୦ ଏବଂ ଅପରାହ୍ନ ୨.୩୦ ରୁ ୫ଟା ପର୍ଯ୍ୟନ୍ତ ଟିକାଦାନ ଜାରି ରହିବ। ଆଜି ଜିଲ୍ଲାରେ ମୋଟ ୧୫ ହଜାର କିଶୋର , କିଶୋରୀ ଙ୍କୁ ଟୀକା ଦେବାର କାର୍ଯ୍ୟକ୍ରମ ରହିଛି। ରାଉରକେଲା ରେ ୪ ଟି କେନ୍ଦ୍ରରେ ସୁରୁଖୁରୁ ଭାବେ ଟିକାଦାନ ଚାଲିଥିବା ବେଳେ ସୁନ୍ଦରଗଡ଼ ଟାଉନ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୋୖରାଞ୍ଚଳର ୨୮ଟି କେନ୍ଦ୍ରରେ ଟିକାଦାନ ଚାଲିଛି।

Leave A Reply

Your email address will not be published.