ଆଗାମୀ ଦୁଇଦିନ ରାଜ୍ୟର ୪ ଟି ଜିଲ୍ଲାରେ ଶୀତ ଲହର ପ୍ରବାହିତ ହେବାର ସମ୍ଭାବନା ରହିଛି।
ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼ , ବଲାଙ୍ଗୀର , ବରଗଡ଼ ଏବଂ ଝାରସୁଗୁଡା। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ ତରଫରୁ ଏହିସବୁ ଜିଲ୍ଲାରେ ୟେଲୋ ୱ।ର୍ନିଙ୍ଗ କରାଯାଇଛି। ରାତିର ଉତ୍ତାପ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ କେତେକ ଜିଲ୍ଲାରେ କୁହୁଡି ପଡିବାର ସମ୍ଭାବନା ରହିଛି। କିନ୍ତୁ ରାଜ୍ୟରେ ଏବେ ଶୁଖିଲା ପାଗ ରହିବ। ରାଜ୍ୟ ରାଜଧାନୀ ଭୁବନେଶ୍ବର ରେ ସକାଳ ବେଳା କୁହୁଡି ପଡିବାର ସମ୍ଭାବନା ରହିଛି ।

