କୋଭିଡ କଟକଣା ଯୋଗୁଁ ଖଣ୍ଡାଧାର ଜଳପ୍ରପାତ ପିକନିକ ସ୍ଥଳରୁ ରବିବାର ଫେରିଗଲେ ପର୍ଯ୍ୟଟକ।

0 347

ଆଜି ରବିବାର ଦିନ ମଧ୍ୟ ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ପିକନିକ ସ୍ଥଳକୁ ବଣଭୋଜି ଲାଗି ଆସିଥିବା ଲୋକମାନଙ୍କୁ ଛଡ଼ା ଯାଇନଥିଲା। କୋଭିଡ କଟକଣା ଯୋଗୁଁ ରାଜ୍ୟ ସରକାର ପିକନିକ ଆଦି ନିଷେଧ କରିଛନ୍ତି ।

ଜିଲ୍ଲାରେ ବିଶେଷ କରି ପିତାମହଲ , ମନ୍ଦିରା ଡ୍ୟାମ ରେ ପିକନିକ ଲାଗି ଅନୁମତି ଦିଆଯାଇ ନଥିବା ବେଳେ ଖଣ୍ଡାଧାର ଜଳପ୍ରପାତ ବଣଭୋଜି ସ୍ଥଳକୁ ଲୋକମାନଙ୍କୁ ଛଡ଼ାଯାଇନଥିଲା। ବନ ବିଭାଗ ପକ୍ଷରୁ ଗେଟ କରାଯାଇ ଲୋକମାନଙ୍କୁ ପିକନିକ ସ୍ଥଳକୁ ଛଡ଼ାଯାଉନାହିଁ। ଫଳରେ ଦୂରଦୂରାନ୍ତରୁ ପିକନିକ କରିବାକୁ ଆସିଥିବା ଲୋକମାନେ ନିରାଶ ହୋଇ ଫେରିଯାଇଥିଲେ। ଗତ ଦୁଇଦିନ ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଥିବାରୁ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି।

Leave A Reply

Your email address will not be published.