ରାଜ୍ୟରେ ଆଜି ଆଉ ୨୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ।। ୧୯ ପୁରୁଷ ୪ ମହିଳା ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୩୭।
ରାଜ୍ୟରେ ରବିବାର ଦିନ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ୨୩ ଓମିକ୍ରନ ସଂକ୍ରମିତଙ୍କ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତିଯେ ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଚିହ୍ନଟ ୨୩ ଜଣଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ । ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରେ ପହଁଚିଛି ।
କେଉଁଝର ରେ ସବୁଠାରୁ ଅଧିକ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଅର୍ଦ୍ଧେକ ବିଦେଶ ଫେରନ୍ତା ହୋଇଥିବା ବେଳେ ଅନ୍ୟମାନେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଆକ୍ରାନ୍ତଙ୍କ କଣ୍ଟାକ୍ତ ଟ୍ରାସିଂ ଜାରି ରହିଛି ।
ଓମିକ୍ରନକୁ ନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଓମିକ୍ରନ ଅଧିକ ସଂକ୍ରାମକ, କିନ୍ତୁ ସିଭିଅରିଟି ଉପରେ ଅଧିକ ତଥ୍ୟ ନାହିଁ, ତେଣୁ ଆମେ ସତର୍କ ଓ ସାବଧାନ ରହିବା ହିଁ ଏହାର ସମାଧାନ। ଏବେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାରୁ ଅଧିକ ସତର୍କ ରହିବା ଆବଶ୍ୟକ ହୋଇ ପଡିଛି। ଶନିବାର ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ଥିବା ବେଳେ ଆଜି ଏହା ୪୨୪ ରେ ପହଞ୍ଚିଛି ।
