ସୋମବାର ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବନାହିଁ।। କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ୩ ଜାନୁଆରୀ ରୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ।

0 763

ଆସନ୍ତା ଜାନୁଆରୀ ୩ ତାରିଖରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ରୁ ରାଜ୍ୟ ସରକାର ଓହରି ଯାଇଛନ୍ତି। କୋଭିଡ ସଂକ୍ରମଣ ହଠାତ ବଢିଯାଇଥିବାରୁ ଶିକ୍ଷା ବିଭାଗ ସାମୟିକ ଭାବେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି କୁ ସ୍ଥଗିତ ରଖିଛନ୍ତି। ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ରାଜ୍ୟ ସରକାର ଆଦେଶ ଜାରି କରିଥିଲେ।

ଏହି ଆଦେଶ ମୁତାବକ ପ୍ରାୟ ୨୩ ହଜାର ବିଦ୍ୟାଳୟ ଆସନ୍ତାକାଲି ଠାରୁ ଖୋଲାଯିବାର ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ଶିକ୍ଷାବିଭାଗ ପଦାଧିକାରୀ ମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷ ଙ୍କ ସହ ଆଲୋଚନା କରିଥିଲେ। ସାମ୍ପ୍ରତିକ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତି , ବିଶେଷ କରି ବିଗତ ଦୁଇଦିନ ମଧ୍ୟରେ
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଚିନ୍ତାରେ ପଡିଯାଇଥିଲେ। ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟ କୁ ଭିତ୍ତିକରି ଛାତ୍ରଛାତ୍ରୀ ମାନଙ୍କ
ବୃହତ୍ତର ସ୍ବାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। କିନ୍ତୁ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଯଥାବିଧି ଜାରି ରହିବ ବୋଲି ଶିକ୍ଷାବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.