କୋଭିଡ କଟକଣା ମଧ୍ୟରେ ନୂତନ ବର୍ଷ ପାଳନ।। ପାର୍କ , ଦେବାଳୟ ପିକନିକ ସ୍ଥଳ ଖାଁ ଖାଁ।। ଭିଡ଼ ରୋକିବାକୁ ପୋଲିସ ର ଯାଞ୍ଚ କଡାକଡି।

0 345

ନୂତନ ବର୍ଷର ପ୍ରଥମ ଦିନରେ ଯେଉଁ ପାର୍କରେ ପାଦ ରଖିବାକୁ ଜାଗା ନଥାଏ ଆଜି ୨୦୨୨ ର ପ୍ରଥମ ଦିନରେ ଏହି ପାର୍କ ନିର୍ଜନ । ଲୋକଙ୍କ କୋଳାହଳ ନାହିଁ। ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନୂତନ ବର୍ଷ ପରିପ୍ରେକ୍ଷୀରେ କୋଭିଡ କଟକଣା ଜାରି କରିଛନ୍ତି।

ଏହି କଟକଣା ଯୋଗୁଁ ସମସ୍ତ ପାର୍କ , ଦେବାଳୟ , ପିକନିକ ସ୍ଥଳ ତିନିଦିନ ବନ୍ଦ ରହୁଛି। ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ , ପିତାମହଲ ଡ୍ୟାମ , ହନୁମାନ ବାଟିକା ଆଦି ସ୍ଥାନରେ ବର୍ଷର ପ୍ରଥମ ଦିନରେ ନାହିଁ ଲୋକଙ୍କ କୋଳାହଳ। ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଟଏ ଟ୍ରେନରେ ଚଢ଼ିବାକୁ ପ୍ରବଳ ଭିଡ ଥାଏ । କିନ୍ତୁ ଆଜି କେହି ନାହାନ୍ତି। ଚିଡିଆଖାନା ରେ ଥିବା ପଶୁପକ୍ଷୀ ଅଛନ୍ତି କିନ୍ତୁ ଦେଖିବାକୁ ନାହାନ୍ତି ଲୋକ। ସେହିପରି ପିତାମହଲ ଡ୍ୟାମରେ ପିକନିକ ବନ୍ଦ ଥିବାରୁ ଲୋକଙ୍କ ଉପସ୍ଥିତି ନଗଣ୍ୟ ।

ଅନ୍ୟପକ୍ଷରେ ସହରରେ ନୂଆବର୍ଷ ପରିପ୍ରେକ୍ଷୀରେ ଜନଗହଳି ଏଡାଇବାକୁ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛି। ସହରର ବିଭିନ୍ନ ହୋଟେଲ , କ୍ଲବ ରେ ଯେପରି ନୂତନବର୍ଷ ଲାଗି କଯ୍ୟକ୍ରମ ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ରାସ୍ତା ରେ ଏବଂ ବିଭିନ୍ନ ଛକ ସ୍ଥାନରେ ପୋଲିସ ପକ୍ଷରୁ ଗାଡି ମଟର ମଧ୍ୟ ଯାଞ୍ଚ କରାଯାଉଛି। ଅବଶ୍ୟ କୋଭିଡ କଟକଣା ଯୋଗୁଁ କେତେକ କ୍ଲବ ଏବଂ ହୋଟେଲ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। କୋଭିଡ କଟକଣା ମାନି ନୂତନ ବର୍ଷ ପାଳନ କରିବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.