ଚାଷୀ ଉପରେ ଅଦିନିଆ ବର୍ଷା ଚଡକ।। ବଣେଇ ଉପଖଣ୍ଡରେ ଧାନ ଫସଲ ସହ ପନିପରିବା ଚାଷ ନଷ୍ଟ।

0 516

ଅଦିନିଆ ବର୍ଷା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ଫସଲ ନଷ୍ଟ ହେବା ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ବଣେଇ ଉପଖଣ୍ଡର ବିଭିନ୍ନ ବ୍ଲକ ରେ ଅଦିନିଆ ବର୍ଷାରେ ଧାନ ଫସଲ ସହ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।

ଏବେ ଆଳୁ ଅମଳ ସମୟ ହୋଇଥିବାବେଳେ କିଆରୀ ରେ ପାଣି ପଶି ଆଳୁ ନଷ୍ଟ ହୋଇଯାଇଛି । ଅଦିନିଆ ବର୍ଷାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଫୁଲ କୋବି, ବନ୍ଧା କୋବି ଚାଷୀ। ଏହି କିଆରୀ ରେ ପାଣି ଜମି ରହି ଥିବା ବେଳେ ବର୍ଷା ଏବଂ କୂଆପଥର ମାଡରେ ଫସଲ ନଷ୍ଟ ହୋଇଯାଇଛି। ଫୁଲ କୋବି ବର୍ଷାପାଣି ଖାଇ ପଚି ବାକୁ ଆରମ୍ଭ କଲାଣି । ଏହି ବର୍ଷା ଯୋଗୁ ବଣାଇ, ଗୁରୁଣ୍ଡିଆ, ଲହୁଣୀ ପଡା ପ୍ରଭୁତି ଅଞ୍ଚଳରେ ପନିପରିବା ସହିତ ଅନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଛି । ସେହିପରି ନିଜ ଖଳା ରେ ଥିବା ଧାନ ଏବଂ ମଣ୍ଡି ରେ ଥିବା ଧାନ ମଧ୍ୟ୍ୟ ନଷ୍ଟ ହୋଇଛି । ପରିଶ୍ରମ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।

Leave A Reply

Your email address will not be published.