ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ।। ଝରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ରେ ପରଲୋକ ହୋଇଥିବା ସୂଚନ ।
ବ୍ରଜରାଜନଗର ବିଧାୟକ ତଥା ଓଡିଶା ବିଧାନ ସଭା ର ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ଝରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ଅସାମୟୀକ ମୃତ୍ୟୁରେ ରାଜନୈତିକ ମହଲରେ ତଥା ସାଧାରଣରେ ଶୋକର ଛାୟା ଖେଳିଯାଇଛି।
ସ୍ବର୍ଗତ ମହାନ୍ତି ଝାରସୁଗୁଡା ରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୧୯ ନିର୍ବାଚନରେ ବ୍ରଜରାଜନଗର ରୁ ବିଜେଡି ଟିକେଟ ରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ ମସିହାରେ ସେ ପ୍ରଥମଥର ଝାରସୁଗୁଡା ଆସନରୁ ବିଧାନସଭା କୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ମହାନ୍ତି ତାଙ୍କ ୩୦ ବର୍ଷ ରାଜନୈତିକ ଜୀବନରେ ଝାରସୁଗୁଡା ପୌରପାଳିକା ର ଚେୟାରମ୍ୟାନ , ବିଧାୟକ ,ମନ୍ତ୍ରୀ , ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ , ବାଚସ୍ପତି ପଦରେ ରହିଥିଲେ। ସେ ରାଜ୍ୟସଭା କୁ ମଧ୍ୟ ନିର୍ବାଚିତ ହୋଇଥିଲେ । ତାଙ୍କ ଶୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସମେତ ବହୁ ରାଜନୈତିକ ନେତା ଶୋକ ପ୍ରକଟ କରିଛନ୍ତି।
