ଡିସେମ୍ବର ୩୦ରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ କୁ ବନ୍ଦ ରଖାଯାଇଛି । ନବବର୍ଷ ପରିପ୍ରେକ୍ଷୀରେ ଏଠାରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ଏବେ ଓମିକ୍ରନ ତାର କାୟା ବିସ୍ତାର କରୁଥିବାରୁ ସରକାର ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି
। ଓମିକ୍ରନ ସଂକ୍ରମଣରେ ରୋକ ପାଇଁ ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଁଚିଛି।

